State
🔍

ଘରୋଇ ଉପଭୋକ୍ତାଙ୍କୁ ଆଶ୍ୱସ୍ତି: ବିଲ୍ ବକେୟା ଥିଲେ ବି ଖରାଦିନେ କଟିବନି ବିଦ୍ୟୁତ୍ ସଂଯୋଗ

କେବଳ ଅତ୍ୟାବଶ୍ୟକ ମରାମତି କିମ୍ବା ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସାମୟିକ ଭାବେ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିପାରିବ। ତେବେ ଏହି ସମସ୍ତ ପୂର୍ବ ନିର୍ଦ୍ଧାରିତ ବିଦ୍ୟୁତ୍ କାଟ୍ ବିଷୟରେ ଉପଭୋକ୍ତାମାନଙ୍କୁ ଏସଏମଏସ ଆଲର୍ଟ ଓ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍ ମାଧ୍ୟମରେ ଆଗୁଆ ସୂଚନା ଦେବା ବାଧ୍ୟତାମୂଳକ କରାଯାଇଛି।

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବିଦ୍ୟୁତ୍ ବିଲ୍ ବକେୟା ଥିଲେ ମଧ୍ୟ ମୌସୁମୀ ଆସିବା ପର୍ଯ୍ୟନ୍ତ କୌଣସି ଘରୋଇ ଉପଭୋକ୍ତଙ୍କ ବିଦ୍ୟୁତ୍ ସଂଯୋଗ ଛିନ୍ନ ନକରିବାକୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି।

lakshya media
Author: lakshya media

Leave a Comment