State
🔍

ମାଙ୍କଡଡିଆଁ ଜଳପ୍ରପାତରୁ ପର୍ଯ୍ୟଟକଙ୍କ ମୃତ ଦେହ ଜବତ ।

ରାମଗିରି,୧୦|୫(ପ୍ରଦିପ କୁମାର ସ୍ବାମୀଙ୍କ ରିପୋର୍ଟ):ଗଜପତି ଜିଲ୍ଲା ମାଙ୍କଡଡିଆଁ ଜଳପ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି ଜଗତସିଂପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଗଜରାଜପୁର ଗ୍ରାମର  ଅଭିଜିତ ଦାସ । ଆର.ଉଦୟଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ସୂଚନା ମୁତାବକ ରବିବାର ମଧ୍ୟାହ୍ନ ସମୟରେ ଜଣେ ଯୁବକଙ୍କ ମୃତ ଦେହ ମାଙ୍କଡଡିଆଁ ଜଳପ୍ରପାତ ପାଣିରେ ଭାସୁଥିବା କିଛି ପର୍ଯ୍ୟଟକ ଦେଖିଥିଲେ l ତୁରନ୍ତ ସେମାନେ ଆମ୍ବୁଲାନ୍ସ ଓ ପୋଲିସକୁ ଫୋନ କରିଥିଲେ । ପ୍ରଥମେ 108 ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଦେଖି ଫେରିଯାଇଥିଲା । ତାର କିଛି ସମୟ ପରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ଫୋନ କରି ସୂଚନା ଦେଇଥିଲା । ତେବେ ସେଠାରେ ଥିବା ମହୁମାଛି ଆକ୍ରମଣ ଯୋଗୁଁ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ତଦନ୍ତ  ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ମୃତକ ଜଣକ ବ୍ରହ୍ମପୁର ନିକଟସ୍ଥ ଏକ ଘରୋଇ କଲେଜର ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ ।

lakshya media
Author: lakshya media

Leave a Comment

error: Content is protected !!