ପାରଳାଖେମୁଣ୍ଡି ୧୧।୫ (ବ୍ୟୁରୋ):ପର୍ଶୁରାମଙ୍କ ତପଭୂମି ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଠାରେ ମହେନ୍ଦ୍ର ମେଳା ମହୋତ୍ସବ ଜୁନ୍ ପହିଲାରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ରବିବାର ପାରଳାଖେମୁଣ୍ଡି ସ୍ଥିତ ଶ୍ରୀଶୈଳମ୍ କଲ୍ୟାଣ ମଣ୍ଡପ ଠାରେ ମହେନ୍ଦ୍ରଗିରି ପରିଚାଳନା କମିଟି ତରଫରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ୯ଦିନ ବ୍ୟାପି ହେବାକୁ ଏହି ଉତ୍ସବରେ ରାଜ୍ୟ ଓ ଦେଶର ବିଭିନ୍ନ ଅଞ୍ଚଳର ବହୁସଂଖ୍ୟକ ସାଧୁସନ୍ଥ ମାନେ ଯୋଗଦାନ କରିବେ । ଏହି ମେଳାରେ ଜଳଯାତ୍ରା, ଅଙ୍କୁରରୋପଣ, ଯଜ୍ଞ, ଛପନ ପହର ନାମଯଜ୍ଞ, ରାମଚରିତ ମାନସ, ସୂର୍ଯ୍ୟପୂଜା, ଗୋପୂଜା, ମହାରୁଦ୍ରାଭିଷେକ, ଭାଗବତ ପାରାୟଣ ଓ ଅନ୍ନଯଜ୍ଞ ହେବ । ଏହି ମେଳାରେ ଯୋଗଦାନ ନିମନ୍ତେ ସାମ୍ବାଦିକ ସମ୍ମିଳନୀରେ ନିମନ୍ତ୍ରଣ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମହନ୍ତ ରାମାନନ୍ଦ ଦାସ, ମହନ୍ତ ଡଃ.ହରିହର ଦାସ, ପଣ୍ଡିତ ଅଶୋକ କୁମାର ପାଢୀ, ଅନ୍ତର୍ଯ୍ୟାମୀ ଗମାଙ୍ଗ, ସିଦ୍ଧେଶ୍ଵର ମିଶ୍ର, ବିଜେପି ଜାତୀୟ କାର୍ଯ୍ୟକାରୀଣି ସଦସ୍ୟ ନଳିନୀକାନ୍ତ ପାତ୍ର ଓ ଗୌରାଙ୍ଗ ଗୌଡ ପ୍ରମୁଖ ଉପସ୍ଥିତ ଥିଲେ ।








