State
🔍

ଫୋଟ ଉଠେଇ ବାହାରକୁ ଚାଲିଯାଅ-ଏସପି ଶ୍ରବଣ ବିବେକ

ପାରଳାଖେମୁଣ୍ଡି,୧୪।୫(ବ୍ୟୁରୋ) : ଗଜପତି ଜିଲ୍ଲା ପ୍ରଶାସନ ନିଜର ଅପାରଗତା ଲୁଚାଇବା ପାଇଁ ଗଣମାଧ୍ୟମର କଣ୍ଠରୋଧ କରୁଛି । ଯାହାକି ସୁସ୍ଥ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରୁଛି । ଗତ କିଛି ମାସ ହେଲା ଅନେକ ସମ୍ବେଦନଶୀଳ ଘଟଣା ଗୁଡିକ ଲୁଚେଇବା ଓ ଚପାଇବା ପାଇଁ ଉଦ୍ୟମ ହୋଇଛି । ଯାହାଫଲରେ କି ଜିଲ୍ଲା ବଦନାମ ହେଉଛି । ଏହାର ଗୁରୁତ୍ବ ବୁଝିବା ପାଇଁ ଜିଲ୍ଲା ପ୍ରଶାସନର ମୂଖିଆ ମାନେ ଅମଙ୍ଗ ହେଉଛନ୍ତି । ତାହାର କୁପରିଣାମ ଜିଲ୍ଲାବାସୀ ଭୋଗୁଛନ୍ତି । ସମଗ୍ର ଦେଶ ଓ ରାଜ୍ୟରେ ଗଜପତି ଜିଲ୍ଲା ଏକ ଶାନ୍ତ ପ୍ରବଣ ଜିଲ୍ଲା ଭାବେ ପରିଚିତ । କିନ୍ତୁ ତୃଣମୂଳ ସ୍ତରେର ହେଉଥିବା ପ୍ରଶାସନିକ ଅବହେଳା ଓ ଦୋଷ ଦୁର୍ବଳତା ସୁଧାରିବା ପରିବର୍ତ୍ତେ ଲୁଚେଇବା ପାଇଁ ପ୍ରଶାସନ ମୂଖିଆ ମାନେ ଗୁରୁତ୍ବ ଦେଉଛନ୍ତି । ଏ ନେଇ ସେମାନେ ଅନେକ ବୈଠକ କରୁଛନ୍ତି । ସେହି ବୈଠକ ଗୁଡିକର ଖବର ପ୍ରଶାରଣ ନିମନ୍ତେ ଗଣମାଧ୍ୟମକୁ ନିମନ୍ତ୍ରଣ କରୁଛନ୍ତି । କିନ୍ତୁ ଗଣମାଧ୍ୟମର ପ୍ରତିନିଧି ମାନେ ଯେତେବେଳେ ସେହି ଖବର ସଂଗ୍ରହ ନିମନ୍ତେ ବୈଠକକୁ ଯାଆନ୍ତି ବୈଠକ ପରିଚାଳନା କରୁଥିବା ଅଧିକାରୀ ମାନେ ଫୋଟୋ ଉଠେଇ ବାହାରକୁ ଚାଲିଯିବାକୁ କହୁଛନ୍ତି । ଯାହାଫଳରେ କି ଗଣମାଧ୍ୟମର ପ୍ରତିନିଧି ମାନେ ବୈଠକରେ କଣ ଆଲୋଚନା ହେଲା ସେ ବିଷୟରେ ପ୍ରକୃତ ତଥ୍ୟ ଜାଣିପାରୁ ନାହାଁନ୍ତି । ବୈଠକ ପରେ ନିଜକୁ ସୁହାଇଲା ଭଳି ତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରୁଛନ୍ତି । ଉକ୍ତ ଖବର ଗୁଡିକର ପ୍ରଚାର ପ୍ରସାର କରି ଜନତାଙ୍କ ଆକ୍ରୋଷର ଶୀକାର ହେଉଛନ୍ତି । ଏଭଳି ଏକ ଘଟଣା ଆଜି ଘଟିଛି । ଗତ କିଛି ଦିନ ହେଲା ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ହେବାକୁ ଥିବା ମେଳାକୁ ନେଇ ସୃଷ୍ଟି ହୋଇଥିବା ବିରୋଧର ସମାଧାନ ନିମନ୍ତେ ଆଜି ଏକ ବୈଠକ ଥିଲା । ବୈଠକ ଆରମ୍ଭରୁ ଗଜପତି ଏସପି ଶ୍ରବଣ ବିବେକ ଫୋଟ ଉଠେଇ ବାହାରକୁ ଚାଲିଯିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଓ ଗଜପତି ଜିଲ୍ଲାପାଳ ଅକ୍ଷୟସୁନିଲ ଅଗ୍ରଓ୍ବାଲ ସମର୍ଥନ କରିଥିଲେ ।

lakshya media
Author: lakshya media

Leave a Comment

error: Content is protected !!