State
🔍

ଗଜପତି ଜିଲ୍ଲାରେ କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଉତ୍ସବ କାହା ସ୍ବାର୍ଥରେ ?

ପାରଳାଖେମୁଣ୍ଡି,୧୪।୫(ବ୍ୟୁରୋ) : ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର ସଭାଗୃହରେ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଦନା ନିମନ୍ତେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୂଖ୍ୟ ଆର୍କଷଣ ଜିଲ୍ଲାରେ ଦଶମ ଶ୍ରେଣୀ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଦନା । କିନ୍ତୁ ସେମାନେ ଏହି କାର୍ଯ୍ୟକ୍ରମରେ ଗୌଣ ପାଲଟିଥିଲେ । ଛାତ୍ରଛାତ୍ରୀଙ୍କ ପରିବର୍ତ୍ତେ ଅତିଥିଙ୍କ ସମ୍ବର୍ଦ୍ଦନା କାର୍ୟ୍ୟକ୍ରମ ଭଳି ଲାଗୁଥିଲା । ଅତିଥି ମାନଙ୍କୁ ଆୟୋଜକ ମାନେ ଫୁଲତୋଡାରୁ ଆରମ୍ଭ କରି ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଦିତ କରିଥିଲେ । ଏପରିକି ଯେଉଁ ଅତିଥି ମାନେ ବିଳମ୍ବରେ ଆସିଥିଲେ ସେମାନଙ୍କୁ ମଧ୍ୟ ସଭାକାର୍ଯ୍ୟ ମଧ୍ୟରେ ସମ୍ବର୍ଦ୍ଦନା କରାଯାଉଥିଲା । ଆଯୋଜକଙ୍କ ଏପରି ଆଚରଣ ଦେଖି ବ୍ରହ୍ମପୁର ସାଂସଦ ଶ୍ରୀ ପାଣିଗ୍ରାହୀ ବହୁ ବାର ଛାତ୍ରଛାତ୍ରୀଙ୍କୁ ପ୍ରଥମେ ସମ୍ବର୍ଦ୍ଦନା କରିବାକୁ କହିଥିଲେ । ଏହା ସତ୍ତ୍ବେ ଭି ଆୟୋଜକ ମାନେ କର୍ଣ୍ଣପାତ କରୁନଥିଲେ । ଏହା ବ୍ୟତିତ ଆୟୋଜକ ମାନେ ସମ୍ବର୍ଦ୍ଦିତ ହେବାକୁ ଥିବା କିଛି ଛାତ୍ରଛାତ୍ରୀଙ୍କୁ ଗୋଟିଏ ସ୍ଥାନରେ ବସାଇଥିଲେ । କିନ୍ତୁ କିଛି ରାଜନୈତିକ ବ୍ୟକ୍ତି ବିଶେଷ ସମ୍ବର୍ଦ୍ଦିତ ହେବାକୁ ଥିବା ଛାତ୍ରଚାତ୍ରୀଙ୍କୁ ଉଠାଇ ନିଜେ ବସିପଡିଥିଲେ । ଅନେକ ସମୟ ଧରି ଛାତ୍ରଛାତ୍ରୀ ଠିଆ ହେବା ପରେ ଆୟୋଜକ ମାନେ ପଛ ଧାଡିରେ ବସିବା ବ୍ୟବସ୍ଥା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୁପେଶ କୁମାର ପାଣିଗ୍ରାହୀ, ମୋହନା ବିଧାୟକ ଦାସରଥି ଗମାଙ୍ଗ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଲା ସେଠୀ, ଜିଲ୍ଲାପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢୀ, ଉପଜିଲ୍ଲାପାଳ ଅନୁପ ପଣ୍ଡା, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ କାମଦେବ ବଡନାୟକ, ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁ ଓ ଆର.ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଶବର, ଜିଲ୍ଲା ମଙ୍ଗଳ ଅଧିକାରୀ ସଲମନ୍ ରାଇକା ପ୍ରମୁଖ ମଞ୍ଚାସୀନ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ ଓ ତାଙ୍କ ବିଭାଗୀୟ କର୍ମଚାରୀ ପରିଚାଳନା କରିଥିଲେ ।

lakshya media
Author: lakshya media

Leave a Reply

Your email address will not be published. Required fields are marked *