State
🔍

ଗଜପତି ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ପାରଳାେଖେମୁଣ୍ଡି,୯ା୫(ବ୍ୟୁରୋ)- ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଚଳିତ ବର୍ଷର ଦ୍ୱିତୀୟ ରଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଅଦାଲତ ପରିସରରେ ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଅଦଲାତ ଦ୍ୱାରା ସ୍ଥିରିକୃତ ୧୮୪୯ ଟି ମଧ୍ୟରୁ୧୧୬୬ଟି ମାମଲାର ସମାଧାନ କରାଯାଇ ଜରିମାନା ବାବଦରେ ୨୮ଲକ୍ଷ୭୮ହଜାର୬୪୮ଟଙ୍କା ଆଦାୟ କରାଯାଇଥିଲା । ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଭୂ ପ୍ରସାଦ ପଣ୍ଡା, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସ୍ୱପ୍ନାଶ୍ରୀ ନାୟକ, ସିଭିଲ୍ ଜଜ୍‌(ସିନିୟର ଡିଭିଜନ ସୁଦାମ ଚରମ ଦାସ,ପରିବାର ଅଦାଲତ ବିଚାରପତି ଡଃ ଜୀବନଜ୍ୟୋତି ରଥ, ସିଭିଲ୍ ଜଜ୍ ମହିଳା ଅଦାଲତ ରଶ୍ମିତା ସାହୁ, ଏସଡିଜେଏମ୍ ପାରଳାଖେମୁଣ୍ଡି ଗାୟତ୍ରୀ ମିଶ୍ର, ଜେଏମଏଫସି ପାରଳାଖେମୁଣ୍ଡି ସତ୍ୟଜିତ ପାଣି, ସିଭିଲ କୋର୍ଟ ରେଜିଷ୍ଟ୍ରାର ସତ୍ୟବ୍ରତ ରଣା, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ବିମଳ କୁମାର ରାଉଳ ନିଜ ନିଜ ଅଦାଲତକୁ ପରିଚାଳନା କରିଥିଲେ । ସେହିପରି ଆର.ଉଦୟଗିରି ଅଦାଲତରେ ଜେଏମଏଫସି ଶୁଭଙ୍କର ମହାନ୍ତି, ମୋହନାରେ ଜେଏମଏଫସି ବିକାଶ କିରଣ ମିଶ୍ର ଓ କାଶୀନଗର ଠାରେ ଗ୍ରାମ୍ୟ ନ୍ୟାୟାଧିକାରୀ ମୋନାଲୀ ବେହେରା ନିଜ ନିଜ ଅଦାଲତ ପରିଚାଳନା କରିଥିଲେ । ଏହି ଜାତୀୟ ଲୋକ ଅଦାଲତରେ ବ୍ୟାଙ୍କ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ଟି.ପି.ଏସ.ଓ.ଡ଼ି.ଏଲ୍ ଓ ଅନ୍ୟାନ୍ୟ ଷ୍ଟେକ୍ ହୋଲ୍ଡର ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତ ପରିସରରେ ହୋଇଥିବା ରାଷ୍ଟ୍ରୀୟ ଲୋକ ଅଦାଲତରେ ପାରଳାଖେମୁଣ୍ଡି ବାର୍ ଆସୋସିଏସଏନ୍ ର ସଭାପତି ରାମକୃଷ୍ଣ ନାୟକ ସମ୍ପାଦକ କାଶୀନାଥ ସମେତ ଅନ୍ୟ ସଦସ୍ୟ ଓ ଆଇନସେବା ପ୍ରାଧିକରଣର କର୍ମଚାରୀ ମାନେ ପରିଚାଳନାର ସହଯୋଗ କରିଥିଲେ ।

lakshya media
Author: lakshya media

Leave a Comment

error: Content is protected !!