State
🔍

ଜିଲ୍ଲା ପ୍ରଶାସନ ତରଫରୁ ପେଟ୍ରୋଲ ଟାଙ୍କି ନୀରିକ୍ଷଣ

ପାରଳାଖେମୁଣ୍ଡି,୧୫୲୫(ବ୍ୟୁରୋ)-ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁଁ ତୈଳ ଦରରେ ପ୍ରଭାବ ସମଗ୍ର ବିଶ୍ବରେ ଦେଖିବାକୁ ମିଳୁଛି । ଦୁଇମାସରୁ ଉର୍ଦ୍ଦ ସମୟ ହେବ ଏହି ସମସ୍ୟା ଲାଗି ରହିଛି । ବିଶେଷ କରି ଏପ୍ରୀଲ 10ତାରିଖରୁ ଯୁଦ୍ଧ ବିରତି ହୋଇଛି । କିନ୍ତୁ ହୋର୍ମୁଜ୍ ପ୍ରଣାଳୀରେ ଇରାନ ତାର ଶତ୍ରୁ ରାଷ୍ଟ୍ର ମାନଙ୍କ ତୈଳବାହୀ ଯାହାଜ ଚଳାଚଳରେ ପ୍ରତିବନ୍ଧକ ଲଗାଇଛି । ଅନ୍ୟ ରାଷ୍ଟ୍ର ମାନଙ୍କର ଯାହାଜ ଗୁଡିକୁ କର ଆଦାୟ କରୁଛି । ଏଥିରେ ଆମେରୀକା ଆଉ ଏକ ସମସ୍ୟା ସୃଷ୍ଟୀ କରିଛି । କର ପ୍ରଦାନ କରି ହୋର୍ମୁଜ୍ ପ୍ରଣାଳୀ ଦେଇ ଆସୁଥିବା ଯାହାଜ ଗୁଡିକୁ ଅଟକାଉଛି । ଯାହାଫଳରେ କି ଅଷୌଧିତ ତୈଳ ଓ ଗ୍ୟାସ ଧରି ଆସୁଥିବା ଯାହାଜ ଗୁଡିକ ଆସିପାରୁ ନାହାଁନ୍ତି । ଯାହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳୁଛି । ସେହି କାରଣରୁ ପ୍ରଧାନମନ୍ତ୍ରୀ ଦୁଇଦିନ ପୂର୍ବେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ପ୍ରଦାନ କରିଥିଲେ । ସେଥିରେ ପେଟ୍ରୋଲ, ଡିଜେଲ ବ୍ୟବହାରକୁ ସୀମିତ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ କିଛି ଅସାଧୁ ବେପାରୀ ଏହାର ସୁଯୋଗ ନେଇ ତୈଳ ଚୋରାଚାଲାଣ ଆରମ୍ଭ କରିଛନ୍ତି ।  ଏହାକୁ ନିୟନ୍ତ୍ରଣ କରିବା ସକାଶେ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ପାରଳାଖେମୁଣ୍ଡି ସମେତ ସମଗ୍ର ଜିଲ୍ଲାରେ ଥିବା ପେଟ୍ରୋଲ ଓ ଡିଜେଲ୍ ଟାଙ୍କି ଗୁଡିକର ନୀରିକ୍ଷଣ ଆରମ୍ଭ କରିଛନ୍ତି । ଆଜି ଉପଜିଲ୍ଲାପାଳ ଅନୁପ ପଣ୍ଡାଙ୍କ ନେତୃତ୍ବରେ ସହରର ପୁରୁଣାପାଟଣା ରୋଡ୍, ଜଙ୍ଗମ ସାହି, ସଙ୍କୁରୀ ବନ୍ଧ, ରାଣୀପେଣ୍ଠ ରାସ୍ତାରେ ଥିବା ତେଲ ଟାଙ୍କି ଗୁଡିକୁ ଯାଇ ନୀରିକ୍ଷଣ କରାଯାଇଥିଲା । ବିଶେଷ କରି ବିଭିନ୍ନ ତେଲ ଟାଙ୍କିର ଷ୍ଟକ୍ ସମେତ ଅନ୍ୟାନ୍ୟ ଦସ୍ତାବିଜ ଗୁଡିକ ଯାଞ୍ଚ କରିଥିଲେ । ତେଲ ଟାଙ୍କି ମାଲିକ ମାନଙ୍କୁ ବେରଲ, କେନ୍ ଗୁଡିକରେ ପେଟ୍ରୋଲ ଓ ଡିଜେଲ ନଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନୀରିକ୍ଷଣ ବେଳେ ଯୋଗାଣ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ନିୟମିତ ଭାବେ ଯେକୌଣସି ସମୟରେ ପ୍ରଶାସନ ତରଫରୁ ତେଲ ଟାଙ୍କି ଗୁଡିକୁ ଚଢାଉ ହେଇପାରେ ବୋଲି ସୂଚନା ମିଳିଛି ।

lakshya media
Author: lakshya media

Leave a Comment

error: Content is protected !!