ପାଟଣା: ବିହାରର ମୁଖ୍ୟମନ୍ତ୍ରୀ ଭାବେ ପାଟନାର ଲୋକଭବନରେ ଶପଥ ନେଲେ ସମ୍ରାଟ ଚୌଧୁରୀ । ଶପଥ ପାଠ କରାଇଲେ ରାଜ୍ୟପାଳ ସୟଦ ଅତା ହସତୈନ । ବିହାରର ୨୪ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ । ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ଜେଡିୟୁ ବିଧାୟକ ବିଜୟ କୁମାର ଚୌଧୁରୀ ଏବଂ ବିଜୟ ପ୍ରସାଦ ଯାଦବ ମଧ୍ୟ ବିହାରର ଉପମୁଖ୍ୟମନ୍ତ୍ରୀ ଭାବେ ଭାବରେ ଶପଥ ଗ୍ରହଣ କରିଛନ୍ତି । ଲୋକଭବନରେ ଶପଥ ସମାରୋହକାର୍ଯ୍ୟକ୍ରମଅନୁଷ୍ଠିତହୋଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ ପର୍ଯ୍ୟବେକ୍ଷକ ଭାବରେ ପାଟନା ଆସିଥିଲେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ। ବିଜେପି ରାଷ୍ଟ୍ରୀୟ…








