State
🔍

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ପାରଳାଖେମୁଣ୍ଡି,୨୦।୪(ନି.ପ୍ର): ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଭୁ ପ୍ରସାଦ ପଣ୍ଡା ଜଣେ ମାନସିକ ଅନଗ୍ରସର ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରୀମାନା  ଦଣ୍ଡାଦେଶ ସୁଣାଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ମୋହନା ଥାନା ଅନ୍ତର୍ଗତ ମୁଡୁମୁଡିଆ ଗ୍ରାମର ପ୍ରଭାତ ଘଡେଇ (୪୮) । ଏହି ସୂଚନା ଭାରପ୍ରାପ୍ତ ସରକାରୀ କ୍ୟାଡର ପ୍ରାପ୍ତ ପିପି ରାଜେଶ କୁମାର ମିଶ୍ର ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି । ସୂଚନା ମୁତାବକ ୧୯.୦୭.୨୦୨୨ ତାରିଖ ସଖାଳ ସମୟରେ ନାବାଳିକା ଜଣକ ପଡିଶା ଘରେ ଟିଭି ଦେଖିବା ପରେ ଘର ବାରଣ୍ଡାରେ ବଶିଥିଲେ । ସେହି ସମୟରେ ପ୍ରଭାତ ଘଡେଇ ତାଙ୍କୁ ବାହାନାକରି ଘରକୁ ଡାକିନେଇ ଦୁଷ୍କର୍ମ ଉଦ୍ୟାମ କରିଥିଲେ । ଏ ନେଇ ତାଙ୍କ ମାଁ ୨୦.୦୭.୨୦୨୨ ତାରିଖ ଦିନ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ଥାନା କେସ ନମ୍ବର-୧୩୨ରେ ଦୁଷ୍କର୍ମ ଓ ପୋସ୍କ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାର ତଦନ୍ତ ଏସଆଇ କୃଷ୍ଣଚନ୍ଦ୍ର ମଲ୍ଲିକ ତଦନ୍ତ କରିଥିଲେ । ଅଦାଲତ ୧୦ଜଣ ବଳିଷ୍ଟ ଶାକ୍ଷୀ ପ୍ରମାଣ ଓ ଦସ୍ତାବେଜକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି ।

lakshya media
Author: lakshya media

Leave a Comment

error: Content is protected !!