State
🔍

ପାରଳାଖେମୁଣ୍ଡିରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ


ପାରଳାଖେମୁଣ୍ଡି,୨୦।୪(ନି.ପ୍ର): ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପାରଳାଖେମୁଣ୍ଡି ଠାରେ ରଥ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ପାରମ୍ପରୀକ ରୀତି ନୀତି ଅନୁଯାଇ ପୂଜାର୍ଚ୍ଚନା କରାଯିବା ସହ ରଥ ନିର୍ମାଣ କାର୍ୟ୍ୟର ଶୁଭାରମ୍ଭ କରାଯାଇଥିଲା । ଏଥିରେ ରଥ ନିର୍ମାଣର ମୂଖ୍ୟ ମହାରଣା ଅଶୋକ କୁମାର ମହାରଣା ସ୍ବତନ୍ତ୍ର ହୋମରେ ଯୋଗଦେଇଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ତହସୀଲଦାର ନାରାୟଣ ବେହେରା, ରଥଯାତ୍ରା କମିଟିର ସଦଶ୍ୟ ଟି.ବସନ୍ତ କୁମାର, ବସନ୍ତ ପଣ୍ଡା, ଦୁର୍ଗାମାଧବ ପାଣିଗ୍ରାହୀ, ଭରତ ଭୂଷଣ ମହାନ୍ତି, ପ୍ରଶାନ୍ତ କୁମାର ପାତ୍ର, ପ୍ରନୋଜ କୁମାର ପଟ୍ଟନାୟକ, ରାଜେନ୍ଦ୍ର ବେହେରା, ବିବେକାନନ୍ଦ ଗନ୍ତାୟତ, ଦୀଲିପ ଦାସ, ସିଦ୍ଧେଶ୍ବର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

lakshya media
Author: lakshya media

Leave a Reply

Your email address will not be published. Required fields are marked *