ପାରଳାଖେମୁଣ୍ଡି,୨୧।୪(ନି.ପ୍ର): ସମଗ୍ର ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେତେକ ଜିଲ୍ଲାରେ ବିଦ୍ୟାଳୟ ଗୁଡିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରୀ କରିଛନ୍ତି । ଉକ୍ତ ନିର୍ଦ୍ଧେଶ ମୁତାବକ ଗଜପତି ଜିଲ୍ଲାରେ ଏପ୍ରିଲ ୨୨ରୁ ୨୪ତାରିଖ ପର୍ୟ୍ୟାନ୍ତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକ ଶିଶୁ ବାଟିକାରୁ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ବନ୍ଦ ରହିବ । କିନ୍ତୁ ଯେଉଁ ବିଦ୍ୟାଳୟ ଗୁଡିକରେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଚାଲୁରହିଛି ସେହି ବିଦ୍ୟାଳୟ ଗୁଡିକ ଖୋଲା ରହିବ । ଏନେଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପତ୍ର ନମ୍ବର ୨୨୧୦/୨୧-୪-୨୦୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି ।







