State
🔍

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ରେ ୧୭ଦମ୍ପତିଙ୍କ ସାମୁହିକ ବିବାହ ସମ୍ପନ୍ନ

ପାରଳାଖେମୁଣ୍ଡି,୨୧।୪(ବ୍ୟୁରୋ):ରାଜ୍ୟ ସରକାର ଗରିବ ପରିବାରର କନ୍ୟା ମାନଙ୍କୁ ବିବାହ କରିବା ସକାଶେ ଦାଇତ୍ବ ଗ୍ରହଣ କରିଛନ୍ତି । ଏନେଇ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିଭାଗକୁ ଏ ଯୋଜନା କାର୍ୟ୍ୟକାରୀ କରିବା ନିମନ୍ତେ ଦାଇତ୍ବ ପ୍ରଦାନ କରାଯାଇଛି । ଏହି ଅବସରରେ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ୧୭ଜଣ ଗରିବ କନ୍ୟାଙ୍କ ବିବାହ ଉତ୍ସବ ମହାଆଡମ୍ବରରେ ସମ୍ପର୍ଣ୍ଣ ହୋଇଛି । ଏମାନଙ୍କ ମଧ୍ୟରୁ ୧୧ଟି ହିନ୍ଦୁ ଓ ୬ଟି ଖ୍ରୀଷ୍ଟିୟାନ କନ୍ୟା ଅନ୍ତର୍ଭୁକ୍ତ ଅଛନ୍ତି । ଏ ଅବସରରେ ମୂଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ସମ୍ମାନୀତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ କାମଦେବ ବଡ଼ନାୟକ, ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନାଗା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ଅନୁପ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ଦେବୀ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ଉପସ୍ଥିତ ଅତିଥି ମାନେ ପ୍ରତ୍ୟେକ ନବ ଦମ୍ପତ୍ତି ମାନଙ୍କୁ ୪୫ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଶେଷରେ ଭୋଜିଭାତର ଆୟୋଜନ ପ୍ରଶାସନ ତରଫରୁ କରାଯାଇଥିଲା ।

lakshya media
Author: lakshya media

Leave a Reply

Your email address will not be published. Required fields are marked *