State
🔍

ଉତ୍କଳ ସାମ୍ବାଦିକ ସଂଘର ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି,୨୩।୪(ବ୍ୟୁରୋ): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଆସନ୍ତା 29ତାରିଖ ଦିନ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଉତ୍କଳ ସାମ୍ବାଦିକ ସଂଘର ଏକ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏ ନେଇ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ଦ୍ବୀଜେନ୍ଦ୍ରନାଥ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ସମସ୍ତ ସଦଶ୍ୟ 29ତାରିଖ ଦିନ ଉପସ୍ଥିତ ରହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସହ ମଇ 1ତାରିଖରେ କଳା ବ୍ୟାଜ୍ ପରିଧାନ କରିବା ପାଇଁ  ନିଷ୍ପତି ନିଆଯାଇଛି । ବୈଠକରେ କାର୍ଯ୍ୟକାରୀ ସଭାପତି ସୁଜିତ ବିଷୋୟୀ, ସମ୍ପାଦକ ସରୋଜ ବୀର, ଉପସଭାପତି ସନ୍ତୋଷ କୁମାର ପଟନାୟକ, କୋଷାଧ୍ୟକ୍ଷ ଦୀଲିପ ଶତପଥି, ପ୍ରଦୀପ ନାୟକ, ସୁଜିତ ପ୍ରଧାନ, ବିଜୟ କୁମାର ଗୌଡ, ପ୍ରେମଲାଲ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

lakshya media
Author: lakshya media

Leave a Comment

error: Content is protected !!