State
🔍

ଉପ-ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି,୨୩।୪(ବ୍ୟୁରୋ): ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଭାରପ୍ରାପ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଆସନ୍ତା ୨୫ ଓ ୨୬ ତାରିଖରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ୨ଦିନିଆ  ଗଜପତି ଜିଲ୍ଲା ଗସ୍ତକୁ ନେଇ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା ହୋଇଥିଲା । ଶ୍ରୀମତୀ ପରିଡ଼ା ଆସନ୍ତା ୨୫ ତାରିଖ ଦିନ ଜୀରାଙ୍ଗ ଠାରେ ନିର୍ମାଣ ହେବାକୁଥିବା ଏକ ଘରୋଇ ପଞ୍ଚତାରକା ହୋଟେଲର ଭିତ୍ତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି । ୨୫ ତାରିଖ ଅପରାହ୍ନରେ କଇଁପୁର ଠାରେ ୨ଦିନିଆ ମହେନ୍ଦ୍ରଗିରି ଇକୋ ଏଡଭେନ୍ଚର ଫେଷ୍ଟ ୨୦୨୬ର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ନିମନ୍ତେ ସମସ୍ତ କାର୍ଯ୍ୟକ୍ରମର  ଶେଷ ପର୍ୟ୍ୟାୟରେ ପ୍ରସ୍ତୁତି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ବନଖଣ୍ଡ ଅଧିକାରୀ କେ.ନାଗରାଜୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର, ଉପଜିଲ୍ଲାପାଳ ଅନୁପ ପଣ୍ଡା ଓ ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକ ସମେତ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ବୈଠକ ଉପସ୍ଥିତ ଥିଲେ।

lakshya media
Author: lakshya media

Leave a Reply

Your email address will not be published. Required fields are marked *