State
🔍

ସୁନା ବ୍ୟବସାୟୀଙ୍କ କବ୍ଜାରେ ରାଜନହର ରାସ୍ତା

ପାରଳାଖେମୁଣ୍ଡି,୨୩।୪(ବ୍ୟୁରୋ): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ପ୍ରାଣକେନ୍ଦ୍ର ହେଉଛି ରାଜନହର ସଡକ । ଏଠାରେ ମଠ,ମନ୍ଦିର ସମେତ ଅନେକ ବ୍ୟବସାୟୀକ ପ୍ରତିଷ୍ଠାନ ରହିଛି । ଦିନ ତମାମ୍ ଏଠାରେ ଲୋକଙ୍କ ଭିଡ ଜମୁଥିବା ବେଳେ ସଂନ୍ଧ୍ୟାରେ ଏହା ଅନେକ ଗୁଣରେ ବଡୁଛି । ଯାହାଫଲରେ କି ସହରର ଟ୍ରାଫିକ ସମସ୍ୟା ସୃଷ୍ଟୀ କରୁଛି । ବ୍ୟବସାୟୀକ ପ୍ରିଷ୍ଠାନ ଗୁଡିକର ସ୍ବତନ୍ତ୍ର ପାର୍କିଙ୍ଗ ବ୍ୟବସ୍ଥା ନକରିବା ଯୋଗୁଁ ଏହି ସମସ୍ୟା ସୃଷ୍ଟୀ ହେଉଛି । ଏହି ସମସ୍ୟାର ସମାଧାନ ନିମନ୍ତେ ପୌରପାଳିକା ଓ ପୁଲିସ ପ୍ରସାଶନ ବାରମ୍ବାର ଉଦ୍ୟମ କଲେ ମଧ୍ୟ ସେଭଳି ଶୁଫଳ ମିଲିନାହିଁ ଆଜି ଯାଏଁ । ବିଶେଷ କରି କିଛି ସୁନା ଦୋକାନୀଙ୍କ ଯୋଗୁଁ ଏହି ସମସ୍ୟା ଉପୁଜୁଛି । ସୁନା ଶୋରୁମ୍ ଗୁଡିକରେ ୫୦ରୁ ଉର୍ଦ୍ଦ କର୍ମଚାରୀ କାମ କରୁଛନ୍ତି । ସେମାନଙ୍କ ଯାନବାହାନ ଗୁଡିକ ବେଆଇନ ପାର୍କିଙ୍ଗ ହେଉଛି । ତାହା ସହିତ ନିଜେ ପାର୍କିଙ୍ଗ ବ୍ୟବସ୍ଥା ନକରି ନିୟମ ଖିଲାଫ କରୁଛନ୍ତି ଏହି ଶୋରୁମ୍ ମାଲିକ ମାନେ । ଏପରିକି ବିଭିନ୍ନ ସମୟରେ ଅଫର ନାମରେ ପ୍ରଚାରପ୍ରସାର ଗାଡି ଓ କେବିନ ସଡକ ଉପରେ ରଖି କେବଳ ଗହଳି ଯମାଉଛନ୍ତି ସେତିକି ନୁହେଁ ସହରର ଟ୍ରାଫିକ ସମସ୍ୟା ସୃଷ୍ଟୀ କରୁଛନ୍ତି । ପୌରପାଳିକା ଓ ପୁଲିସ ଲୋକ ଦେଖାଣିଆ କେବେ କେବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି କିନ୍ତୁ ଅଧିକାଂସ ସମୟ କିଛି କହୁନାହାଁନ୍ତି । ଏପରିକି ଅଜଣା ଲୋଭ ଓ ଲାଭର ବସବର୍ତ୍ତି ହୋଇ ପୁଲିସ ଓ ପୌରପାଳିକା ଚୁପ ରହୁଥିବା ଅଭିଯୋଗ ହେଉଛି । ତେବେ ନିୟମ ଅନୁଯାଇ ବଡ ବଡ ବ୍ୟବସାୟୀକ ପ୍ରତିଷ୍ଠାନ କୋଠା ନିର୍ମାଣ ବେଳେ ପାର୍କିଙ୍ଗି ବ୍ୟବସ୍ଥା ନଥିଲେ ଟାଉନ ପ୍ଲାନିଙ୍ଗ ସକାଶେ ଅନୁମତି ମିଳିବ ନାହିଁ ତେବେ ପାରଳାଖେମୁଣ୍ଡି ସହରରେ କିଭଳି ଏପରି ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟୀ କରିଛି ।

lakshya media
Author: lakshya media

Leave a Comment

error: Content is protected !!