State
🔍

ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ପାରଳାଖେମୁଣ୍ଡି,୨୪।୪(ବ୍ୟୁରୋ) : ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଥିବା ଏହି ଦିବସରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବାରା ତିରୁପତି ରାଓ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ କାମଦେବ ବଡନାୟକ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦୟାମୟ ପାଢି ପ୍ରମୁଖ ମଞ୍ଚାସୀନ ଥିଲେ । ମଞ୍ଚାସୀନ ଅତିଥି ମାନେ ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥା ଦ୍ବାରା କିଭଳି ଗ୍ରାମାଞ୍ଚଳକୁ ସୁବିଧା ପହଞ୍ଚି ପାରୁଛି ସେ ବିଷୟରେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ବିଭିନ୍ନ ପଞ୍ଚାୟତକୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ପୁରସ୍କୃତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ପଞ୍ଚାୟତରାଜ ଅଧିକାରୀ ଅଶୋକ କୁମାର ପଟ୍ଟନାୟକ ଓ ବିଭାଗୀୟ କର୍ମଚାରୀ ପରିଚାଳନା କରିଥିଲେ ।

lakshya media
Author: lakshya media

Leave a Reply

Your email address will not be published. Required fields are marked *