State
🔍

ଉପ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ନେଇ ପ୍ରଶାସନ ଚଳଚଞ୍ଚଳ

ପାରଳାଖେମୁଣ୍ଡି,୨୫।୪(ବ୍ୟୁରୋ): ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏପ୍ରିଲ ୨୫ ଓ ୨୬ତାରିଖ ଦୁଇ ଦିନ ଧରି ଗଜପତି ଜିଲ୍ଲା ଗ୍ରସ୍ତରେ ଆସୁଛନ୍ତି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇପଡିଛି । କିନ୍ତୁ ସାଧାରଣ ଜନତା ପାଇଁ ପ୍ରଶାସନ ସ୍ଥାଣୁ ପାଲଟିଛି । ଏହାର ଜ୍ବଳନ୍ତ ଉଦାହରଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲାଗି ଥିବା ବଲ୍ପ ଗୁଡିକ ଜଳୁ ନଥିଲା । ସେହି ଗୁଡିକୁ ପ୍ରଶାସନ ତରଫରୁ ପୌରପାଳିକା କର୍ତ୍ତୃପକ୍ଷଙ୍କ ଜରିଆରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯିବା ସହ ନୂତନ ବଲ୍ବ ଲଗାଯାଇଛି । ବିଡମ୍ବନାର ବିଷୟ ସେଠାରେ ଥିବା ଛାତର ଦୁଇଟି ମହୁଫେଣାରେ ମହୁମାଛି ରହିଛି । ଗତ କିଛିଦିନ ହେବ ସେଠାରେ ଥିବା ମହୁମାଛି ଆକ୍ରମଣ ଯୋଗୁଁ ଗଣମାଧ୍ୟମ ପ୍ରତିନିଧି ସମେତ କିଛି ଲୋକ ଆହତ ହୋଇଥିଲେ । ଏ ନେଇ ବାରମ୍ଭାର ଖବର ପ୍ରଚାରପ୍ରସାର ପରେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଇନାହିଁ । କିନ୍ତୁ ମନ୍ତ୍ରୀଙ୍କ ଗ୍ରସ୍ତ ପାଇଁ ନୂଆଁ ଲାଇଟ ଲାଗୁଛି । ତେବେ ଉପମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମୀକ୍ଷା ବୈଠକର କରିବା କାର୍ଯ୍ୟକ୍ରମ ରହିଛି । ସେହି ସମୟରେ ଯଦି ମହୁମାଛି ଆକ୍ରମଣ କରିବ ପ୍ରଶାସନ କଣ କରିବ ।

lakshya media
Author: lakshya media

Leave a Comment

error: Content is protected !!