State
🔍

ସ୍କୁଲ ଫାଟକ ତଳେ ଚାପି ହୋଇ ଦୁଇ ଛାତ୍ରୀ ମୃତ୍ୟୁ ଘଟଣା : ଜାତୀୟ ମାନବ ଅଧିକାର କମିଶନ ନିଜ ଆଡୁ ମାମଲା ରୁଜୁ କଲେ ।

ପାରଳାଖେମୁଣ୍ଡି,୨୫।୪(ବ୍ୟୁରୋ): ଚଳିତ ମାସ ୧୫ତାରିଖ ଦିନ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ପାଇକଅନ୍ତରଡା ପଞ୍ଚାୟତ ଅନ୍ତର୍ଗତ ରୁବୁଡିସିଂ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଥିଲା । ବିଦ୍ୟାଳୟର ଫାଟକ ପଡି ଦୁଇଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଉକ୍ତ ଘଟଣା ବିଷୟରେ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରଚାରପ୍ରସାର ହୋଇଥିଲା । ଉକ୍ତ ତଥ୍ୟକୁ ଆଧାର କରି ଜାତୀୟ ମାନବାଧିକାର କମିଶନ ନିଜ ଆଡୁ ମାମଲା ରୁଜୁ କରିବା ସହ ଓଡିଶାର ମୂଖ୍ୟ ଶାସନ ସଚିବ ଓ ଗଜପତି ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କୁ ନୋଚିସ୍ ଜାରୀ କରି ଦଉଇ ସପ୍ତାହ ମଧ୍ୟରେ ଘଟଣାର ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପ୍ରେସ୍ ଇନ୍ ଫର୍ମେସନ୍ ବ୍ୟୁରୋ (ପିଆବି) ସୂତ୍ରରୁ ଖବର ପ୍ରକାଶିତ ହୋଇଛି ।

lakshya media
Author: lakshya media

Leave a Comment

error: Content is protected !!