ପାରଳାଖେମୁଣ୍ଡି ୨୫/୪ (ବ୍ୟୁରୋ) ଭାରତ ସରକାର ନୀତି ଆୟୋଗର ପୁର୍ନଗଠନ କରିଛନ୍ତି । ଉପ ସଭାପତି ଭାବେ ଅଶୋକ କୁମାର ଲାହିରିଙ୍କୁ ନିଯୁକ୍ତ କରିଛନ୍ତି । ଏହା ବ୍ୟତିତ ୪ଜଣ ପୂର୍ଣ୍ଣକାଳୀନ ସଦଶ୍ୟଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି । ସେମାନେ ହେଲେ ଅର୍ଥଶାସ୍ତ୍ରୀ କେ.ଭି.ରାଜୁ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସଚିବ ଅଭୟ ପରିନ୍ଦକର, ଏମସ୍ ନିର୍ଦ୍ଦେଶକ ଏମ୍. ଶ୍ରୀନୀବାସ, ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଶଣା ସଂସ୍ଥାନ ଭୋପାଲର ନିର୍ଦ୍ଦେଶକ ଗୋବର୍ଦ୍ଦନ ଦାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମାନଙ୍କୁ ନିଜ ଏକ୍ସ ହେଣ୍ଡେଲରେ ଶୁଭକାମନା ଜଣାଇଛନ୍ତି ।








