State
🔍

ମହେନ୍ଦ୍ରତନୟା ଆଶ୍ରମ ବିଦ୍ୟାଳୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳିତ ।

ରାୟଗଡ,୨୬।୪(ଅଜିତ ପରିଛାଙ୍କ ରିପୋର୍ଟ): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ମହେନ୍ଦ୍ରତନୟା ଆଶ୍ରମ ବିଦ୍ୟାଳୟରେ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ 135ତମ ଜୟନ୍ତୀ ବହୁ ଆଡମ୍ବର ସହ ପାଳିତ ହୋଇଛି |  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଗଜପତି ଜିଲ୍ଲା ମଙ୍ଗଳ ଅଧିକାରୀ ସୋଲମନ ରାଇକା ଉପସ୍ଥିତ ରହି ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଫୋଟରେ ପୁଷ୍ପମାଲ୍ୟାର୍ପଣ କରିବା ସହ ତାଙ୍କ ଅବଦାନ ବିଷୟରେ ନିଜ ଅଭିଭାଷଣରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

lakshya media
Author: lakshya media

Leave a Comment

error: Content is protected !!