ପାରଳାଖେମୁଣ୍ଡି,୨୬।୪(ବ୍ୟୁରୋ): ସରକାର ବସହୀନ ଓ ଗରିବ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ମୁଣ୍ଡକୁ ଛାତ ଯୋଗାଉଛନ୍ତି । କିନ୍ତୁ ଗଜପତି ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ପାରଳାଖେମୁଣ୍ଡିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସହରର ଅନେକ ସ୍ବଚ୍ଛଳ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଛି । କିନ୍ତୁ ପ୍ରକୃତ ହୀତାଧିକାରୀଙ୍କୁ ସେଥିରୁ ବଞ୍ଚିତ କରାଯାଇଛି ବୋଲି ସମାଜ ସେବୀ ବସନ୍ତ ପଣ୍ଡା ଓ ପ୍ରନୋଜ କୁମାର ପଟ୍ଟନାୟକ ଅଭିଯୋଗ କରିଛନ୍ତି । ସେମାନେ ଅଯୋଗ୍ୟ ହୀତାଧିକାରୀଙ୍କ ଠାରୁ ତାହା ପ୍ରତ୍ୟାହାର କରି ଯୋଗ୍ୟ ହୀତାଧିକାରୀଙ୍କୁ ବଣ୍ଟନ କରିବାକୁ ଦାବୀ କରିଛନ୍ତି ।








