ପାରଳାଖେମୁଣ୍ଡି,୨୮।୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମୀକ ବିଦ୍ୟାଳୟ ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ୨୧୨ଟି ବିଦ୍ୟାଳୟକୁ ସାମିଲ କରିଛନ୍ତି । ଏନେଇ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ଅଧିକାରୀ କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଗଜପତିର ୩ଟି ବିଦ୍ୟାଳୟ ସାମିଲ ରହିଛି । ସେଗୁଡିକ ମଧ୍ୟରେ ମୋହନା ବ୍ଲକର ପିଣ୍ଡିକି ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ ଯୋଡାମ୍ବ ଓ ନୂଆଗଡ ବ୍ଲକର ସମ୍ବଲପୁର ଉଚ୍ଚ ବିଦ୍ୟାଳୟ ରହିଛି । ଯାହାକୁ ନେଇ ଉଭୟ ବ୍ଲକରେ ଖୁସିର ଲହରୀ ଖେଳିଯାଇଛି ।








