State
🔍

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୮ ବର୍ଷର ଶିଶୁ ଗୁରୁତର

ରାମଗିରି, ୨୯।୪(ପ୍ରଦୀପ କୁମାର ସ୍ବାମୀଙ୍କ ରିପୋର୍ଟ): ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ଲୋବା ଗ୍ରାମରେ ଜଣେ ୮ବର୍ଷର ଶିଶୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତ୍ବର ଆହତ ହୋଇ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ମୁତାବକ ଲୋବାଗ୍ରାମ ମେଡିକାଲ ସାହିର ଦାମୋଦର ଭୂୟାଁଙ୍କର ୮ବର୍ଷର ଶିଶୁ କନ୍ୟା ଘରର ଛାତ ଉପରେ ଖେଳୁଥିବା ସମୟରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ପ୍ରଥମେ ତାଙ୍କୁ ଅଟୋ ଯୋଗେ ନିଆଯାଇ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥିତ ଏମକେସିଜି କଲେଜକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଏପରିକି ୧୦୮ ଆମ୍ବୁଲାନ୍ସ ନମିଳିବାରୁ ପରିବାର ଲୋକେ ଏକ ବୋଲେରୋ ଭଡା କରି ବ୍ରହ୍ମପୁର ବଡମେଡିକାଲକୁ ନେଇ ଚିକିତ୍ସା କରାଉତିବା ପରିବାର ଲୋକେ କହିଛନ୍ତି କ୍ଷ ବିଦ୍ୟୁତ୍ ବିଭାଗର ଅବହେଳା ଲାଗି ଏପରି ଘଟଣା ଘଟିଲା ବୋଲି  ଗ୍ରାମବାସୀ ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘର ଉପର ଦେଇ ଯାଇଥିବା ତାରକୁ ପ୍ଲାଷ୍ଟିକ ପାଇପ ଭିତରେ ରଖିବା ପାଇଁ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ବାରମ୍ବାର କହିବା ସତ୍ତ୍ବେ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

lakshya media
Author: lakshya media

Leave a Comment

error: Content is protected !!