State
🔍

ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକଙ୍କ ଗଜପତି ଜିଲ୍ଲାଗ୍ରସ୍ତ

ପାରଳାଖେମୁଣ୍ଡି, ୨୯।୪ (ବ୍ୟୁରୋ): ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ତଥା ଗଜପତି ଜିଲ୍ଲାର ନୋଡାଲ ଅଫିସର ଡକ୍ଟର ଡି.ବୃନ୍ଦା ଦୁଇ ଦିନିଆ ଗ୍ରସ୍ତରେ ଆସି ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରର ପରିଦର୍ଶନ କରିଛନ୍ତି । ସେ ଏହି ଗ୍ରସ୍ତରେ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା କିପିରି ଚାଲିଛି ତାର ଜ୍ବଳନ୍ତ ଦୃଶ୍ୟ ଦେଖିଲେ । ସେ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୂଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଓ୍ବାର୍ଡ ପରିଦର୍ଶନ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପରିଦର୍ଶନ ବେଳେ ଅଧିକାଂଶ ଡାକ୍ତରଙ୍କ ଅନୁପସ୍ଥିତି, ରୋଗୀଙ୍କ ନିମନ୍ତେ ଥିବା କିଛି ପରୀକ୍ଷା କେନ୍ଦ୍ର ଗୁଡିକ ଖୋଲାଯାଇନଥିବାର ଦେଖିଥିଲେ । ଏହା ସହ ବିଭିନ୍ନ ବିଭାଗର ନଥିପତ୍ର ଗୁଡିକ ଦେଖିଥିଲେ । ଏସବୁ ଅବ୍ୟବସ୍ଥା ଦେଖି ବିରକ୍ତି ହେବା ସହ କିଛି କର୍ମଚାରୀଙ୍କୁ ତାଗିଦ୍ କରିଥିଲେ । ଏହି ପରିଦର୍ଶନ ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ମୁନିନ୍ଦର ହୋନାଗା, ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦୟାମୟ ପାଢି, ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ସାନ୍ତନୁ ପାଢିଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

lakshya media
Author: lakshya media

Leave a Comment

error: Content is protected !!