ପାରଳାଖେମୁଣ୍ଡି, ୨୯।୪ (ବ୍ୟୁରୋ): ସମଗ୍ର ରାଜ୍ୟରେ ଉତ୍କଳ ସାମ୍ବାଦିକ ସଂଘ ତରଫରୁ ସାମ୍ବାଦିକଙ୍କ ଆର୍ଥିକ ଓ ସୁରକ୍ଷା ପ୍ରଦାନ ନିମନ୍ତେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦୃଷ୍ଟି ଆର୍କଷଣକାରୀ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ଅବଶରରେ ଗଜପତି ଜିଲ୍ଲା ଶାଖା ତରଫରୁ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳ କାର୍ୟ୍ୟାଳୟରେ ପହଞ୍ଚି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ସ୍ମାରକ ପତ୍ରରେ କ୍ରମାଗତ ଭାବେ ସମ୍ବାଦିକଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଥିବାରୁ ସେମାନଙ୍କ ସକାଶେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା, ୬୦ବର୍ଷରୁ ଉର୍ଦ୍ଦ ବୟସ୍କ ସାମ୍ବାଦିକଙ୍କୁ ମାସିକ ୧୫ହଜାର ଟଙ୍କାର ପେନସନ୍ ପ୍ରଦାନ କରିବା, ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ପରିଧିରେ ଅବସରପପ୍ରାପ୍ତ ସାମ୍ବାଦିକ, ହୀତାଧିକାରୀଙ୍କ ମାତା,ପିତା ଓ ୨୫ବର୍ଷରୁ ଉର୍ଦ୍ଦ ବୟସର ସନ୍ତାନ ମାନଙ୍କୁ ସାମିଲ କରିବା, ମୃତ୍ୟୁକାଳୀନ ଅନୁକମ୍ପା ସହାୟତା ରାଶି ୧୦ଲକ୍ଷକୁ ବୃଦ୍ଧି, ଅଧିଶିକୃତି ପୁର୍ନର ଗଠନ ସହ ପ୍ରଚଳିତ ଆଇନରେ ସଂଶୋଧନ କରାଯାଇ ଜିଲ୍ଲା ଓ ରାଜ୍ୟ ସ୍ତରରେ ଯୋଗ୍ୟ ସାମ୍ବାଦିକ ମାନଙ୍କୁ ମାନ୍ୟତା ପ୍ରଦାନ କରିବା ଓ ଓଡିଶା ପ୍ରେସ ଏକାଡେମୀ ଗଠନ କରିବା ଆଦି ଦାବୀ ରହିଛି ।








