State
🔍

ବଜ୍ରପାତରେ ଗୋଟିଏ ପରିବାରର ୪ଜଣ ଆହତ

ରାମଗିରି,୩୦|୪(ପ୍ରଦୀପ କୁମାର ସ୍ବାମୀଙ୍କ ରିପୋର୍ଟ):ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକର ବିଭିନ୍ନ ସ୍ଥାନରେ  ପ୍ରବଳ  ବର୍ଷା ପବନ ସହ ବଜ୍ରପାତ ହୋଇଥିଲା । ଏଥିର ପରିସଲ ପଞ୍ଚାୟତ  ଅନ୍ତର୍ଗତ ସିନ୍ଧବା ଗ୍ରାମରେ ବଜ୍ରପାତ  ଯୋଗୁଁ  ଗୋଟିଏ ପରିବାରର  ୪ଜଣ ଆହତ ହୋଇଛନ୍ତି । ସେଥିମଧ୍ୟରେ ଜଣେ ଶିଶୁକନ୍ୟା ରହିଛନ୍ତି । ଆହତ ମାନେ ହେଲେ ସାରଥୀ ନାୟକ(୩୫),ମଞ୍ଜୁ ନାୟକ(୨୮),ସମ୍ବାରୀ ନାୟକ(୬୮) ଓ  ରୀତିକା ନାୟକ । ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ  ରାମଗିରି ସ୍ଥିତ ପ୍ରାଥମିକ  ଚିକିତ୍ସା କେନ୍ଦ୍ରରେ  ଭର୍ତ୍ତି କରାଯାଇଥିଲା ।

lakshya media
Author: lakshya media

Leave a Comment

error: Content is protected !!