State
🔍

ଉତ୍କଳ ସାମ୍ବାଦିକ ସଂଘର କଳାବ୍ୟାଜ୍ ପରିଧାନ

ପାରଳାଖେମୁଣ୍ଡି ୧।୫ (ବ୍ୟୁରୋ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ଶାଖା ତରଫରୁ କଳା ବ୍ୟାଜ୍ ପରିଧାନ କରାଯାଇଥିଲା । ସାମ୍ବାଦିକଙ୍କ ସମସ୍ୟା ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ଶାଖାର ନିଷ୍ପତି କ୍ରମେ କରାଯାଇଥିଲା । ସ୍ଥାନୀୟ ରାଜନହର ସମ୍ମୁଖରେ ସଂଘର ସଦଶ୍ୟ ମାନେ କଳା ବ୍ୟାଜ୍ ପରିଧାନ କରି ପ୍ରତିବାଦ କରିଥିଲେ । ବିଶେଷ କରି ସାମ୍ବାଦିକ ସୁରକ୍ଷା ଆଇନ, ଅଧିସ୍ବୀକୃତି କମିଟିର ପୁନର୍ଗଠନ, ୬୦ବର୍ଷରୁ ଉର୍ଦ୍ଦ ବଯସ୍କ ସାମ୍ବାଦିକ ମାନଙ୍କୁ ମାସିକ ୧୫ହଜାର ଟଙ୍କା ପେନସନ୍ ବ୍ୟବସ୍ଥା, ମୃତ୍ୟୁକାଳୀନ ଅନୁକମ୍ପାରାଶି ୧୦ଲକ୍ଷକୁ ବୃଦ୍ଧି, ଓଡିଶା ପ୍ରେସ ଏକାଡେମୀ ଗଠନ, ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା ପରିଧିରେ ହୀତାଧିକାରୀଙ୍କ ମାତା, ପିତା ଓ ୨୫ବର୍ଷରୁ ଉର୍ଦ୍ଦ ସନ୍ତାନଙ୍କୁ ସାମିଲ କରିବା ଆଦି ଦାବୀ ରହିଛି ।

lakshya media
Author: lakshya media

Leave a Reply

Your email address will not be published. Required fields are marked *