State
🔍

କାଳବୈଶାଖୀର ତାଣ୍ଡବ ଜଣେ ମୃତ

ପାରଳାଖେମୁଣ୍ଡି ୧।୦୫ (ବ୍ୟୁରୋ) ଶୁକ୍ରବାର ଅପରାହ୍ନରେ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଓ ଗୋଷାଣି ବ୍ଲକର ବିଭିନ୍ନ  ସ୍ଥାନର କାଳବୈଶାଖୀର ତାଣ୍ଡବ  ଦେଖିବାକୁ ମିଳିଛି । ଏଥିରେ ଗୋଷାଣି  ବ୍ଲକ ବାଘଶାଳା ଗ୍ରାମରେ ଦୋକାନ ଉପରେ ଗଛ ପଡିଯିବା ଯୋଗୁଁ  ଜଣେ ବ୍ୟକ୍ତିଙ୍କ  ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ସେହି ଗ୍ରାମର  କେ.ମନ୍ମଥ ରାଓ । ସେହିପରି  ଏସ.ଏନ.ଡି ପେଣ୍ଠ ଗ୍ରାମ ରାସ୍ତାରେ ବଡ ବଡ ତିନୋଟି ଗଛ ପଡିଯିବା ଯୋଗୁଁ ରାସ୍ତା ଅବରୋଧ  ହେବା ସହ ବିଦ୍ୟୁତ ସେବା ଠପ୍ ହୋଇଯାଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଖବର ସଂଗ୍ରହ ଶେଷ ସୁଦ୍ଧା ଗଛ ଗୁଡିକ ସଫା ବ୍ୟବସ୍ଥା ହୋଇପାରିନାହିଁ ।

lakshya media
Author: lakshya media

Leave a Comment

error: Content is protected !!