State
🔍

ବାହାଘର ଭୋଜି ଖାଇ ଫେରୁଥିବା ବେଳେ ସଡକ ଦ୍ରୁ୍‌ର୍ଘଟଣା,ଜଣେ ମୃତ ୬ଆହତ

ରାମଗିରି,ରାୟଗଡ,୪ା୫(ବ୍ୟୁରୋ):ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ସ୍ଥିତ କୃଷି ଉଦ୍ୟାନ କାର୍ଯ୍ୟାଳୟ ନିକଟରେ ଦୁଇ ମୋଟର ସାଇକେଲ ମଧ୍ୟରେ ଧକ୍କା ହୋଇ ଜଣେ ମୃତ୍ୟୁବରଣ କରିଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ପାତ୍ରବସା ଗ୍ରାମର ଜୁନେଶ ଶବର । ସୂଚନା ମୁତାବକ ଜୁନେଶ ମୋଟର ସାଇକେନ ଗାଡି ନଂ- ଓଡି୨୦ବି-୫୩୩୩ ରେ ରାମଗିରି ନିକଟସ୍ଥ ଦଶିରାମପୁର ଗ୍ରାମରେ ପରିବାର ସହ ଏକ ବାହାଘର ଭୋଜି ଖାଇ ନିଜ ଗ୍ରାମକୁ ଫେରୁଥିଲେ । ରାମଗିରି ଠାରେ କୃଷି ଉଦ୍ୟାନ କାର୍ଯ୍ୟାଳୟ ନିକଟରେ ବିପରୀତ ପାଶ୍ୱର୍ରୁ ଗାଡି ନଂ-ଓଡି୦୭ଏଚ-୦୫୯୫ମୋଟର ସାଇକେଲ ସହ ମୁହାମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ଜୁନେଶଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାରର ସୂର୍ଯ୍ୟବତୀ ଶବର(୧୮),ସରସ୍ୱତୀ ଶବର(୧୬), ରୁକ୍ମିଣୀ ଶବର(୫) ଏବଂ ଅବାରସିଂ ପଞ୍ଚାୟତ ଅନ୍ତର୍ଗତ ଖାରିପଦା ଗ୍ରାମର ଶତୃଘ୍ନ ରଇତ, ଗଣନାଥ ଶବର ଓ ଶିବରାମ ରଇତ ଆହତ ହୋଇଥିଲେ । ସ୍ଥାନୀୟ ଜନସଧାରଣ ଆହତ ମାନଙ୍କ ଉଦ୍ଧାର କରି ଚିକିତ୍ସା ନିମନ୍ତେ ରାମଗିରି ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଆହତଙ୍କମ ମଧ୍ୟରେ ଶତୃଘ୍ନଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ୧୦୮ଆମ୍ବୁଲାନ୍ସ ଓ ଅନ୍ୟ ସମସ୍ତ ଆହତମାନଙ୍କୁ ବୋଲେରୋ ଗାଡିରେ ବ୍ରହ୍ମପୁର ସ୍ଥିତ ଏମ.କେ.ସି.ଜି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ରାମଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟୂବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଏନେଇ ରାମଗିରି ଥାନା କେସ ନଂ-୩୨/୨୬ରେ ଏକ ମାମଲା ରୁଜୁ ଘଟଣାର ତଦନ୍ତ କରାଯାଉଛି ବୋଲି ଥାନାଧିକାରୀ ଡି.ଗଜପତି ଦୋରା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

lakshya media
Author: lakshya media

Leave a Comment

error: Content is protected !!