State
🔍

ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଦ୍ୱାରା ମୋଟର ସାଇକେଲ୍ ଜବତ, ଚୋର ଗିରଫ

ପାରଳାଖେମୁଣ୍ଡି,୫।୫(ବ୍ୟୁରୋ)-ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ମୋଟର ସାଇକେଲକୁ ଜବତ କରିବା ସହ ଚୋରକୁ ଗିରଫ କରିଛି । ଗିରଫ ହୋଇଥିବା ଚୋର ଜଣକ ହେଉଛି ସ୍ଥାନୀୟ ସଞ୍ଜୟ ଗାନ୍ଧୀ କଲୋନୀର  ଚିନ୍ତାଲା କଲ୍ୟାଣ ରାମ(୨୪) । ସୂଚନାମୁତାବକ ପାରଳାଖେମୁଣ୍ଡି ସହରର ଗୌରଚନ୍ଦ୍ର ସାହିର ରଞ୍ଜିତ କୁମାର ଦଳାଇ ନାମକ ଜଣେ ବ୍ୟକ୍ତି ଚଳିତ ମାସ ୧ତାରିଖ ଦିନ ଗାଡି ନଂ-ଓଡି୨୦ବି-୫୧୪୩ ୟାମହା ମୋଟରସାଇକେଲରେ ରାତ୍ର ୧୦.୧୫ମିନଟ ସମୟରେ ଦିଲଖୁସ୍ ବାର ନିକଟରେ ରଖି କୌଣସି କାର୍ଯ୍ୟରେ ଅନ୍ୟତ୍ର ଯାଇଥିଲେ । ସେଠାରୁ ଫେରି ଦେଖିଲା ବେଳକୁ ତାଙ୍କ ମୋଟରସାଇକେଲ୍ ଟି ସେଠାରେ ନଥିଲା । ଏନେଇ ଶ୍ରୀ ଦଳେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ମୋଟରସାଇକେଲ କେହି ଚୋରୀ କରିନେଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି  କେସ ନଂ-୧୨୮/୨୦୨୬ ଭାରତୀୟ ନ୍ୟାୟ ସଂହିତାର ୩୦୩(ଖ) ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ । ସହରରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି ଖୋଜାଖୋଜି କରିଥିଲା । ଚିନ୍ତାଲା କଲ୍ୟାଣ ରାମ ମୋଟରସାଇକେଲଟି ଚୋରୀ କରିଥିବା ଜଣାପଡିଥିଲା । ଚୋରୀ ହୋଇଥିବା ମୋଟର ସାଇକେଲକୁ    ପାରଳାଖେମୁଣ୍ଡି ସହରର ବିଜୁ କଲ୍ୟାଣ ମଣ୍ଡପ ନିକଟ ଏକ ବିଦ୍ୟାଳୟ ପାଶ୍ୱର୍ରେ ଥିବା ଏକ ଗଳିରୁ ପାଇଥିଲା ପୁଲିସ । ଏହି ମାମଲାର ତଦନ୍ତ ଏସ.ଆଇ. ପ୍ରିୟବ୍ରତ ସ୍ୱାଇଁ କରୁଥିବାର ଥାନାଧିକାରୀ ପ୍ରଶାନ୍ତ କୁମାର ଭୂପତି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

lakshya media
Author: lakshya media

Leave a Comment

error: Content is protected !!