State
🔍

ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ଗଠନ ନିମନ୍ତେ ବିଡିଓଙ୍କୁ ସ୍ମାରକପତ୍ର ।

ରାୟଗଡ,୫।୫(ଅଜିତ ପରିଛାଙ୍କ ରିପୋର୍ଟ)-ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଲାଞ୍ଜିଆ ସଉରା ଉନ୍ନୟନ ପରିଷଦ ପକ୍ଷରୁ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ଗଠନ ନିମନ୍ତେ ବିଡିଓଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଉକ୍ତ ସ୍ମାରକପତ୍ରରେ ଜିଲ୍ଲାର ଗୁମ୍ମା ବ୍ଲକ ସେରଙ୍ଗ ଠାରେ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାର କାର୍ଯ୍ୟକ୍ରମରେ ଏହି ବ୍ଲକକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ଦାବି ହୋଇଛି । କାରଣ ଏହି ବ୍ଲକରେ ୧୯ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଲାଞ୍ଜିଆ ସଉରା ଅନୁସୂଚିତ ଜନଜାତିର ଲୋକେ ବସବାସ କରୁଛନ୍ତି । ସେମାନଙ୍କୁ  ଚି଼ହ୍ନଟ କରାଯାଇ ଲାଞ୍ଜିଆ ସଉରାର ମାନ୍ୟତା ଦେବାପାଇଁ ଦାବୀ ହୋଇଛି । ବର୍ତ୍ତମାନ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ସମେତ କଳା, ସଂସ୍କୃତି ଓ ପରମ୍ପରା ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଏଥିରେ ସାମିଲ କଲେ ଆମର ବିକାଶ ହୋଇପାରିବ ବୋଲି ଉଲ୍ଲେଖ କରିଛନ୍ତି । ସ୍ମାରକପତ୍ର ପ୍ରଦାନ ବେଳେ ବ୍ଲକ ଲାଞ୍ଜିଆ ସଉରା ଉନ୍ନୟନ ପରିଷଦ ସଭାପତି ନରସିଂହ ମଣ୍ଡଳ, ଉପସଭାପତି ଫିଲିପ ମଣ୍ଡଳ, ସମ୍ପାଦକ ଏଲିଆଜର ମଣ୍ଡଳ, ସହ ସମ୍ପାଦକ ଥମାସ ମଣ୍ଡଳ, କୋଷାଧକ୍ଷ ସର୍ବଶ୍ରୀ ଗମାଙ୍ଗ, ଉପଦେଷ୍ଟା ଚମ୍ପାବତୀ ରଇତ, ସୁବାଷିନୀ ମଣ୍ଡଳ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ।

lakshya media
Author: lakshya media

Leave a Reply

Your email address will not be published. Required fields are marked *