ପାରଳାଖେମୁଣ୍ଡି, ୫।୫(ବ୍ୟୁରୋ) – ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଥିବା ଡିଭାଇଡର୍ ଉପରେ ଏକ କାର ଭାରସାମ୍ୟ ହରାଇ ଚଢିଯାଇଥିଲା । ଏଥିରେ କାରଟିର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣାଟି ସଂନ୍ଧ୍ୟା 8ଘଣ୍ଟା ସମୟରେ ଘଟିଥିଲା । ପ୍ରବଳ ବର୍ଷା ହେବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କାର ଚାଳକ କହିଛନ୍ତି । କାରରେ ଚାଳକ ସମେତ 4ଜଣ ଯାତ୍ରୀ ରହିଥିବା ବେଳେ ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି ।








