State
🔍

କେ.ସୀତାପୁର ଗ୍ରାମରେ ଜରାଜୀର୍ଣ୍ଣ ଓ ବିପଦସଙ୍କୁଳ ଅବସ୍ଥାରେ ରହିଛି ଓଭରହେଡ୍ ପାଣି ଟାଙ୍କି

ପାରଳାଖେମୁଣ୍ଡି,୫।୫(ବ୍ୟୁରୋ)-ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ଗ୍ରାମରେ ଥିବା ଓଭରହେଡ୍ ପାଣି ଟାଙ୍କି ଜରାଜୀର୍ଣ୍ଣ ଓ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଉକ୍ତ ପାଣିଟାଙ୍କିଟି ଗ୍ରାମରେ ଥିବା ଏକ ପୋଖରୀ ପାଶ୍ୱର୍ରେ ରହିଛି । ସେହି ଟାଙ୍କିଟି ଯେକୌଣସି ମୁହୁର୍ତ୍ତରେ ପଡିଯିବାର ସମ୍ଭାବନା ରହିଛି ବୋଲି କେ.ସୀତାପୁର ପଞ୍ଚାୟତର ୱାର୍ଡସଭ୍ୟଙ୍କ ସମେତ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ପୋଖରୀ ଅଞ୍ଚଳଟି  ଗ୍ରାମର ବ୍ୟସ୍ତବହୁଳ ସ୍ଥାନ ଅଟେ । ସେଠାରେ ସକାଳୁ ରାତ୍ର ପର୍ଯ୍ୟନ୍ତ ଜନସାଧାରଣ ଓ ଗୃହପାଳିତ ପଶୁ ଯାତାୟତ କରିଥାନ୍ତି । ଯଦି ଟାଙ୍କିଟି ଭୂଷୁଡି ପଡେ ତେବେ ବହୁସଂଖ୍ୟାରେ ଧନଜୀବନ ନଷ୍ଠ ହେବାର ସମ୍ଭାବନା ରହିଛି । ତେଣୁ ବିଭାଗୀୟ କର୍ତ୍ତୃପକ୍ଷ, ବ୍ଲକ ଓ ଜିଲ୍ଲା ପ୍ରଶାସନ ଉକ୍ତ ପାଣିଟାଙ୍କିର ରକ୍ଷଣାବେକ୍ଷଣ କରିବା ସକାଶେ ୱାର୍ଡସଭ୍ୟ ଓ ଗ୍ରାମବାସୀ ଦାବୀ କରିଛନ୍ତି । ସୂଚନାଯୋଗ୍ୟ ଯେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ସକାଶେ ଟାଙ୍କିଟି ନିର୍ମାଣ କରାଯାଇଥିଲା । ୩୧-୧୦-୨୦୦୯ ତାରିଖରେ ସେତେବେଳର ରାଜ୍ୟ ସଭା ସାଂସଦ ପ୍ୟାରୀମୋହନ ମହାପାତ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଓ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ଦାସ  ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ ।

lakshya media
Author: lakshya media

Leave a Comment

error: Content is protected !!