State
🔍

ଦୁଇ ବାଇକ ମୁହାଁମୁହିଁ ଧକ୍କା ରେ ଗୁରୁତର ଆହତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ରାମଗିରି,୫।୫(ପ୍ରଦିପ କୁମାର ସ୍ବାମୀଙ୍କ ରିପୋର୍ଟ)-ଗତକାଲି ଆର.ଉଦୟଗିରି ବ୍ଲକ ରାମଗିରି ସ୍ଥିତ କୃଷି ଉଦ୍ୟାନ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ସଡକ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା 2କୁ ବୃଦ୍ଧି ପାଇଛି । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଶତୃଘନ ରଇତଙ୍କ ବ୍ରହ୍ମପୁର ସ୍ଥିତ ଏମକେସିଜି କଲେଜରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସୂଚନା ଯୋଗ୍ୟ ଯେ ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ସ୍ଥିତ କୃଷି ଉଦ୍ୟାନ କାର୍ଯ୍ୟାଳୟ ନିକଟରେ ଦୁଇ ମୋଟର ସାଇକେଲ ମଧ୍ୟରେ ଧକ୍କା ହୋଇ ଜଣେ ମୃତ୍ୟୁବରଣ କରିଥିବା ବେଳେ ୬ଜଣ ଆହତ ହୋଇଥିଲେ । ଘଟଣାସ୍ଥଳରେ ପାତ୍ରବସା ଗ୍ରାମର ଜୁନେଶ ଶବରଙ୍କ ମୃତ୍ୟୁ ହୋଇଥିଲା । ଜୁନେଶ ମୋଟର ସାଇକେନ ଗାଡି ନଂ- ଓଡି୨୦ବି-୫୩୩୩ ରେ  ରାମଗିରି ନିକଟସ୍ଥ ଦଶିରାମପୁର ଗ୍ରାମରେ ପରିବାର ସହ ଏକ ବାହାଘର ଭୋଜି ଖାଇ ନିଜ ଗ୍ରାମକୁ ଫେରୁଥିଲେ । ରାମଗିରି ଠାରେ କୃଷି ଉଦ୍ୟାନ କାର୍ଯ୍ୟାଳୟ ନିକଟରେ ବିପରୀତ ପାଶ୍ୱର୍ରୁ ଗାଡି ନଂ-ଓଡି୦୭ଏଚ-୦୫୯୫ମୋଟର ସାଇକେଲ ସହ ମୁହାମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ଜୁନେଶଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାରର ସୂର୍ଯ୍ୟବତୀ ଶବର(୧୮), ସରସ୍ୱତୀ ଶବର(୧୬), ରୁକ୍ମିଣୀ ଶବର(୫) ଏବଂ ଅବାରସିଂ ପଞ୍ଚାୟତ ଅନ୍ତର୍ଗତ ଖାରିପଦା ଗ୍ରାମର ଶତୃଘନ ରଇତ, ଗଣନାଥ ଶବର ଓ ଶିବରାମ ରଇତ ଆହତ ହୋଇଥିଲେ । ସ୍ଥାନୀୟ ଜନସଧାରଣ ଆହତ ମାନଙ୍କ ଉଦ୍ଧାର କରି ଚିକିତ୍ସା ନିମନ୍ତେ ରାମଗିରି ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଆହତଙ୍କମ ମଧ୍ୟରେ ଶତୃଘନଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ୧୦୮ଆମ୍ବୁଲାନ୍ସ ଓ ଅନ୍ୟ ସମସ୍ତ ଆହତମାନଙ୍କୁ ବୋଲେରୋ ଗାଡିରେ ବ୍ରହ୍ମପୁର ସ୍ଥିତ ଏମ.କେ.ସି.ଜି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା ।

lakshya media
Author: lakshya media

Leave a Comment

error: Content is protected !!