State
🔍

ଜନଗଣନା କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ଆନ୍ଧ୍ର

ପାରଳାଖେମୁଣ୍ଡି, ୮।୫ (ବ୍ୟୁରୋ) : କିଛି ମାସ ବ୍ୟବଧାନ ପରେ ପୁଣି ଥରେ ଓଡିଶା ଓ ଆନ୍ଧ୍ର ମଧ୍ୟରେ ବିବାଦୀୟ ପରିସ୍ଥିତି ଉପୁଜିଛି । ପୂର୍ବରୁ ସୀମାକୁ ନେଇ ଆନ୍ଧ୍ର ବିବାଦ କରୁଥିବା ବେଳେ ବର୍ତ୍ତମାନ ଜନଗଣନା କାର୍ଯ୍ୟର ପ୍ରଥମ ପର୍ଯ୍ୟାୟରେ ହେଉଥିବା ଗୃହ ଗଣନାରେ ବାଧା ସୃଷ୍ଟି କରୁଛି । ଏଭଳି ଘଟଣା ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଗ୍ରାମରେ ଦେଖିବାକୁ ମିଳିଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ଏପ୍ରିଲ୍ 16ରୁ ମେ 16ତାରିଖ ପର୍ଯ୍ୟନ୍ତ ଗୃହ ଗଣନା କାର୍ଯ୍ୟକ୍ରମ ଜାରୀ ରହିଛି । ଏଥିରେ ଓଡିଶାର ସରକାରୀ କର୍ମଚାରୀ ମାନେ ଘରକୁ ଘର ବୁଲି ଗୃହ ଗଣନା କରିବା ସହ କାନ୍ଥରେ ନମ୍ବର ଲେଖୁଛନ୍ତି । ଏହି କାର୍ଯ୍ୟ ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣା ଗ୍ରାମରେ କରାଯାଇଥିଲା । ଏହାପରେ ଆନ୍ଧ୍ର ସରକାରଙ୍କ କର୍ମଚାରୀ ମାନେ ଆସି ଓଡିଶା ସରକାରଙ୍କ କର୍ମଚାରୀ ମାନେ କାନ୍ଥରେ ଲେଖିଥିବା ଗୃହ ନମ୍ବର ଗୁଡିକ ଉପରେ ରଙ୍ଗ ବୋଳି ସେମାନଙ୍କ ନମ୍ବର ଉଲ୍ଲେଖ କରିଥିଲେ । ଏହାକୁ ନେଇ ଗଙ୍ଗାବାଡ ସରପଞ୍ଚ ହରିବନ୍ଧୁ କାର୍ଯି ଓ ସ୍ଥାନୀୟ ଜନସାଧାରଣ ବିରୋଧ କରିବା ସହ ଗଜପତି ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ଜିଲ୍ଲାପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଅନୁପ ପଣ୍ଡା ଗାରାବନ୍ଧ ପୋଲିସକୁ ନେଇ ମାଣିକପାଟଣାରେ ପହଞ୍ଚି ତଦନ୍ତ କରିଥିଲେ । ମାଣିକପାଟଣା  ଗ୍ରାମଟି ସମ୍ପୂର୍ଣ୍ଣ ଓଡିଶାର ଅଟେ କହିବା ସହ ଆନ୍ଧ୍ରର ବାରମ୍ବର ଅନୁପ୍ରବେଶକୁ ନାପସନ୍ଦ କରିଥିଲେ । ଏହାପରେ ନିଜେ ଉପସ୍ଥିତ ରହି ଆନ୍ଧ୍ର ଲେଖିଥିବା ଗୃହ ନମ୍ବର ଉପରେ ପୁନର୍ବାର ଓଡିଶାର ନମ୍ବର କାନ୍ଥରେ ଲେଖାଇଥିଲେ ।

lakshya media
Author: lakshya media

Leave a Comment

error: Content is protected !!