State
🔍

କାଶୀନଗର ଥାନା ପରିସରରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ

କାଶୀନଗର,୯।୫(ଅଜିତ ପଟ୍ଟନାୟକଙ୍କ ରିପୋର୍ଟ):କାଶୀନଗର ଥାନା ପରିସରରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଥାନା ଅଧିକାରୀ ତ୍ରିନାଥ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଡ଼ିଏସ ପି ନିରଞ୍ଜନ ବେହେରା ଓ ସମାଜସେବୀ ହୃଷିକେଶ ଗୌଡ଼ ଯୋଗ ଦେଇଥିଲେ । ଓଡିଶା ପୋଲିସ ଓ ୟୁନିସେଫ୍ ସହଯୋଗରେ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ୨୦୨୬ ମାର୍ଚ୍ଚରେ ପିଲାମାନଙ୍କ ଡିଜିଟାଲ୍ ଅଧିକାର, ଆତ୍ମ ସୁରକ୍ଷା ଏବଂ ଅନଲାଇନ୍ ସୁରକ୍ଷା ଉପରେ ଧ୍ୟାନ ଦେବା ପାଇଁ ଆରମ୍ଭ ହୋଇଥିଲା । ସାଇବର ବିପଦର ଶିକାର ହେଉଥିବା କିଶୋର କିଶୋରୀ ମାନଙ୍କୁ କିଭଳି ସଚେତନ କରାଯାଇ ସମସ୍ୟାକୁ ଦୂର କରିବା । ସେଥି ସକାଶେ କିଶୋର କିଶୋରୀ ସମେତ ଆଇନ ପ୍ରବର୍ତ୍ତନକାରୀ, ଶିକ୍ଷକ ଏବଂ ପିତାମାତାଙ୍କୁ ଏକତ୍ରୀତ କରି ଏକ “କନକ୍ଲେଭ” ଭାବରେ କାର୍ଯ୍ୟକରି ସେମାନଙ୍କୁ ସଚେତନ କରିବା ହେଉଛି ଏହି କାର୍ଯ୍ୟକ୍ରମ ପାଳନର ଉଦ୍ଦେଶ୍ୟ ବୋଲି ଥାନା ଅଧିକାରୀ ଶ୍ରୀ ସେଠୀ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଅଙ୍ଗନଓ୍ବାଡି କର୍ମୀ ମାନେ ଉପସ୍ଥିତ ଥିଲେ ।

lakshya media
Author: lakshya media

Leave a Comment

error: Content is protected !!