ପାରଳାଖେମୁଣ୍ଡି,୨୨।୪(ବ୍ୟୁରୋ): ଗଜପତି ଜିଲ୍ଲାରେ ୧୪ ବର୍ଷ ରୁ କମ୍ ବୟସ ବିଭାଗର ସିଏମ୍ ଟ୍ରଫି ଖୋଖୋ ପ୍ରତିଯାଗୀତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ଯୁବ ଓ କ୍ରୀଡା ବିଭାଗ ତରଫରୁ ଗାରାବନ୍ଧ ସ୍ଥିତ ଭେଙ୍କଟେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ 2ଦିନ ଧରି ଅନୁଷ୍ଠିତ ହୋଇଥିବା ପ୍ରତୀଯୋଗିତାରେ 14ଦଳ ଅଂଶ ଗ୍ରହଣ କରିଥିଲେ । ଗୋଷାଣି ବିଡ଼ିଓ ଗୌର ଚନ୍ଦ୍ର ପଟନାୟକ ମୂଖ୍ୟ ଅତିଥି ଓ ଜ଼ିଲ୍ଲା କ୍ରୀଡା ଅଧିକାରୀ ତ୍ରୀନାଥ ସାହୁ, ଜ଼ିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ପାତ୍ର ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ପ୍ରତିଯୋଗୀତାରେ ଜିଲ୍ଲାର ସମସ୍ତ ବ୍ଲକରୁ ବାଳକ ବର୍ଗରେ ୧୦ ଏବଂ ବାଳିକା ବର୍ଗରେ ୬ଟି ଦଳ ଭାଗ ନେଇଥିଲେ । ଏଥିରେ ବାଳକ ବର୍ଗରେ ଗୋଷାଣି ଥଣ୍ଡର୍ସ ଚାମ୍ପିୟନ ଓ ରାୟଗଡା ୱରିୟାର୍ସ ରନର୍ସଅପ ହୋଇଥିଲା । ସେହିଭଳି ବାଳିକା ବର୍ଗରେ ରାୟଗଡା ଚାମ୍ପିୟନ ହୋଇଥିବା ବେଳେ ଗୋଷାଣି ରନର୍ସଅପ ହେଇଥିଲା । ଶେଷରେ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ପ୍ରଦାନ କରାଯାଇଥିଲା । ଏହି ଖେଳାଳିମାନେ ଜୋନ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ ବୋଲି କ୍ରୀଡା ବିଭାଗ ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି ।








